ଭତା ପାଇଁ ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନିରବ ଦ୍ରଷ୍ଟା…

add-all

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ର ସଙ୍କରାଖୋଲ ଗ୍ରାମ ପଞ୍ଚାୟତର କର୍ମଚାରୀ ମାନେ ମନମୁଖି କାର୍ଯ୍ୟ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ ମାସର ୧୫ ତାରିଖ ଦିନ ଭତା ବଣ୍ଟନ କରାଯିବା କଥା, କିନ୍ତୁ ହିତାଧିକାରୀମାନେ ବାରମ୍ବାର ଦଉଡ଼ି ନିରାଶ ହୋଇ ଫେରୁଛନ୍ତି। ଅଭିଯୋଗ କଲେ ମଧ୍ୟ ସରକାରି ବାବୁ ମାନେ କର୍ଣ୍ଣପାତ କରୁନାହାନ୍ତି। ବହୁ ଦୂର ଦୁରାନ୍ତୁରୁ ବୁଢ଼ା ବୁଢ଼ୀମାନେ ପଞ୍ଚାୟତ ଅଫିସ୍ରେ ଦିନ ୧୦ ଟାରୁ ବସି ବସି ନିରାଶ ହୋଇ ଫେରୁଛନ୍ତି। ଏଥିପାଇଁ କିଏ ଉତ୍ତରଦାୟୀ ତାହା ବୁଝା ପଡୁନାହିଁ। ଏହି କୋରୋନା ମହାମାରୀ ପାଇଁ ସରକାର ନଭେମ୍ବର ମାସରେ ୨ମାସ ର ମାଗଣା ଚାଉଳ ବଣ୍ଟନ କରିଥିଲେ। ଜାନୁଆରୀ ମାସରେ ମଧ୍ୟ ୨ମାସର ମାଗଣା ଚାଉଳ ହିତାଧିକରୀ ମାନଙ୍କୁ ଦିଆ ଯାଇଥିଲା। କିନ୍ତୁ ସଙ୍କରଖୋଲ୍ ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମାନେ ଆଜି ପର୍ଯ୍ୟନ୍ତ ଚାଉଳ ପାଇ ପାରି ନାହାନ୍ତି। ଏଥିପାଇଁ ଗ୍ରାମ ବାସି କାହିଁକି ଆମ ମାନଙ୍କୁ ଚାଉଳ ଦୀୟା ଯାଇ ନାହିଁ ଏବଂ ଭତା ଠିକ୍ ସମୟ ରେ ଦିଆଯାଉନାହିଁ, ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଆମ ପ୍ରତିନିଧି ବିଡ଼ିଓ ଏବଂ ବିଏସଏସଓ କୁ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ପାରି ନାହାଁନ୍ତି

ad-week
Leave A Reply

Your email address will not be published.