
ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିତ୍ରକୋଣ୍ଡା ଜୋନ୍-୧ର ଜିଲ୍ଲା ପରିଷଦ ପ୍ରାର୍ଥୀ ଉଦୟ ଖିଲଙ୍କ ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ସହ ୮ ଗୋଟି ପଞ୍ଚାୟତ କାର୍ଯ୍ୟକତ୍ତା ନେଇ ନିର୍ବାଚନ ଜିତିବା ପାଇଁ ଦୋରାଗୁଡା ଗ୍ରାମର ଠାରେ ଏକ ରଣନୀତି ପ୍ରସ୍ତୁତ କରିବା ସହ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟବାସୀଙ୍କ ପାଇଁ ହେଉଥିବା ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ବିଫଳତା ଆଦିକୁ ଲୋକଙ୍କ ପାଖରେ ପ୍ରଚାର କରିବା, କିଭଳି ଭୋଟରଙ୍କ ମନ ଜିଣିବା ସହ ଭୋଟ ହାତେଇବ, ବିରୋଧୀ କେବଳ ଅପପ୍ରଚାର ଓ ୨୦୧୯ ବିଧାନସଭା ନିର୍ବାଚନ ଭଳି ପୁନର୍ବାର ମିଛ ପ୍ରତିଶୃତି ଦେଇ ବିଜୟ ହାସଲ କରିବାର ଅସଫଲ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ନିବାଚନ ଲଢ଼ିବା ସହିତ ବିରୋଧୀ ମାନଙ୍କର ମିଛ ପ୍ରଚାର ପ୍ରତି ସତର୍କ ରହିବାକୁ ଗୁରୁମନ୍ତ୍ର ଦେଇଛନ୍ତି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ଶ୍ଯାମଲ ସୁନାନୀ।
ଆଜିର ଏହି ପ୍ରଚା ଓ ସାଙ୍ଗଠନିକ ବୈଠକରେ ଯୋଗ ଦେଇଥିଲେ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ଶ୍ଯାମଲ ସୁନାନୀ, ସାଧାରଣ ସମ୍ପାଦକ ଅକ୍ଷୟ ବିଶାଲ, ଚିତ୍ରକୋଣ୍ଡା ମଣ୍ଡଲ ସଭାପତି ହେମନ୍ତ ସଗରୀୟା, ପୂର୍ବତନ ଜିଲ୍ଲା ପରିଷଦ ଲୟଛାନ୍ଦ ଆଲାମ, ଚିତ୍ରକୋଣ୍ଡା ଜୋନ୍-୧ଜିଲ୍ଲା ପରିଷଦ ପ୍ରାର୍ଥୀ ଉଦୟ ଖିଲ ଏବଂ ବରିଷ୍ଠନେତା-କାର୍ଯ୍ୟକତ୍ତା ଓ ୩୦୦ ଅଧିକ ଯୁବକାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ।
