ନବରଙ୍ଗପୁର : ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ, ନବରଙ୍ଗପୁର ଜିଲ୍ଲା ନିମନ୍ତେ ପାଞ୍ଚ ଶହ ସ୍ୱଚ୍ଛତା କିଟ ଭାରତୀୟ ରେଡ଼କ୍ରସ ଜିଲ୍ଲା ଶାଖା ନବରଙ୍ଗପୁର କୁ ପ୍ରଦାନ କରାଯାଇଥିଲା । ସ୍ୱଚ୍ଛତା କିଟ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ପରେ ସେହି କିଟ କୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଅନୁଷ୍ଠାନ ର ଅନ୍ତେବାସୀ ଙ୍କୁ ନବରଙ୍ଗପୁର ଜିଲ୍ଲା ଶାଖା ରେଡ଼କ୍ରସ ତରଫରୁ ବଣ୍ଟନ କରାଯାଉଛି।ଆଜି ନବରଙ୍ଗପୁର ଜିଲ୍ଲା ରେଡ଼କ୍ରସ ସୋସାଇଟି ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ସେହି କିଟ କୁ ନବରଙ୍ଗପୁର ସ୍ଥିତ ଜାନକୀ ନଗର କୃଷ୍ଠଶ୍ରମର ୧୭ ଜଣ ଅନ୍ତେବାସୀ ଏବଂ ସିନ୍ଧିଗୁଡା ସ୍ଥିତ ଦିନ ଉତ୍କଳ ବାଳାଶ୍ରମର ୪୬ ଜଣ ଶିଶୁ ମାନଙ୍କୁ ପ୍ରଦାନ କରିବା ସହିତ ଶିଶୁ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। କିଟ ପ୍ରଦାନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡ଼ଃ କାଳି ପ୍ରସାଦ ବେହେରା, ଡ଼ଃ ସୁକାନ୍ତ ଶତପଥୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ,ଏ. ଧନଞ୍ଜୟ ରାଓ, ଜିଲ୍ଲା ଶାଖା ରେଡ଼କ୍ରସ ସୋସାଇଟିର କାର୍ଯ୍ୟକାରୀ ସଦସ୍ୟ, ଆଦିତ୍ଯ ତ୍ରିପାଠୀ, ରାକେଶ ଗୁପ୍ତା,ବରିଷ୍ଠ ରାଜସ୍ୱ ସହାୟକ, ଦୁର୍ଗମାଧବ ପଣ୍ଡା, ତ୍ରିଲୋଚନ ନାୟକ, ଅଧ୍ୟାପକ, ଭାସ୍କର ନାଥ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା କନିଷ୍ଠ ରେଡ଼କ୍ରସ ଅଧିକାରୀ, ନାରାୟଣ ପାଇକରାୟ, ଉତ୍କଳ ବାଳାଶ୍ରମ ର ଅଧ୍ୟକ୍ଷ, ରାମକୃଷ୍ଣ ସାବତ, ଶ୍ରୀପତି ଶତପଥୀ, ନୀଳମଣି ମହାପାତ୍ର, ବାସନ୍ତୀ ମହାପାତ୍ର, ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
