ସୁଟିଂ ଚାଲିଛି ଆମ ଟିଭି ମୁଭିଜ୍ ର : “ଜହ୍ନ ଗୋଟେ ମିଠା ବିସ୍କୁଟ”

add-all

ଭୁବନେଶ୍ବର: ଆମ ଟିଭି ମ୍ୟୁଜିକ ପ୍ରଯୋଜିତ ନୂଆ ଓଡ଼ିଆ ମ୍ୟୁଜିକ ଭିଡିଓ “ଜହ୍ନ ଗୋଟେ ମିଠା ବିସ୍କୁଟ” ଭୁବନେଶ୍ୱର ସ୍ଥିତ ଗିଫ୍ଟ ଇଞ୍ଜିନିୟରିଂ କଲେଜ ପରିସରରେ ସୁଟିଂ ଚାଲିଛି। ମ୍ୟୁଜିକ ଭିଡିଓ ଟି ଆମଟିଭି ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ଫେବୃଆରୀ ୧୪ ଭାଲେନ୍ଟାଇନ୍ ଡେ ଅବସରରେ ମୁକ୍ତିଲାଭ କରିବ। ପ୍ରେମ ଆଉ ପ୍ରତାରଣାର ଏକ ନିଛକ କାହାଣୀକୁ ନେଇ ମ୍ୟୁଜିକ ଭିଡିଓ ର କାହାଣୀ ଟି ଗତିଶୀଳ।

“ଜହ୍ନ ଗୋଟେ ମିଠା ବିସ୍କୁଟ” ର ଗୀତ ରଚନା କରିଛନ୍ତି ଚିର ସବୁଜ ଗୀତିକାର ଦେବଦାସ ଛୋଟରାୟ, କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ଓ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଓମ୍ ପ୍ରକାଶ ମହାନ୍ତି।

ଅଭିନୟରେ ଅଛନ୍ତି ଅନେକ ସୁପରହିଟ୍ ମ୍ୟୁଜିକ ଭିଡିଓ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଅଭିଷେକ ଗିରି ଓ ଅଭିନେତ୍ରୀ ଜସ୍ମୀନ୍ ରଥ।

ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ ଓ ପ୍ରଯୋଜନା କରୁଛନ୍ତି ପ୍ରଣୟ ଜେଠୀ।
ଚିତ୍ରୋତ୍ତଳନ କରିଛନ୍ତି ସୈ।ମ୍ୟରାଜ ନାୟକ ଓ ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ଭରତ ପ୍ରଧାନ। ସ୍ଥିର ଚିତ୍ର ଉତ୍ତୋଳନ ବିକାଶ ସାହୁ,କଳା ନିର୍ଦ୍ଦେଶନା ଦାୟିତ୍ୱରେ ଲିଙ୍କନ୍ ଓ ସହଯୋଗୀ ପ୍ରଡକ୍ସନ ମ୍ୟାନେଜର ଭାବେ ଜ୍ୟୋତି ରଞ୍ଜନ ତ୍ରିପାଠୀ ଭାବେ କାର୍ଯ୍ୟ କରିଛନ୍ତି।

ad-week
Leave A Reply

Your email address will not be published.