ପ୍ରତିରକ୍ଷା, ଗ୍ୟାସ ଓ ତୈଳ ଭଣ୍ଡାର କ୍ଷେତ୍ରରେ ଭାରତ-ୟୁଏଇ ରାଜିନାମା ସ୍ବାକ୍ଷରିତ

add-all

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍‌ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇଛି। 

ଏଥିସହିତ ଭାରତର ଭିତ୍ତିଭୂମି ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକରେ ୟୁଏଇ ୫ ବିଲିଅନ ଡଲାରର ନିବେଶ କରିବ ବୋଲି ମଧ୍ୟ ପ୍ରତିଶ୍ରୁତ ଦେଇଛି। ଗୁଜରାଟର ଦ୍ବାରକା ଜିଲ୍ଲା ଅନ୍ତର୍ଗତ ଭାଡ଼ିନାରଠାରେ ଏକ ଜାହାଜ ମରାମତି ପୁଞ୍ଜ ସ୍ଥାପନ ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ରାଜିନାମା ହୋଇଛି। ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍‌ ଜାୟେଦ ଅଲ ନାହୟାନ୍‌ ଏବଂ ମୋଦୀଙ୍କ ଉପସ୍ଥିତିରେ ଏହି ରାଜିନାମାଗୁଡ଼ିକ ସ୍ବାକ୍ଷର ହୋଇଛି।

ଉଲ୍ଲେଖଯୋଗ୍ୟ ଭାରତ ଓ ୟୁଏଇ ଗତ କିଛିବର୍ଷ ମଧ୍ୟରେ ଆର୍ଥିକ ସହଯୋଗିତାକୁ ବଢ଼ାଇଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମା ସ୍ବାକ୍ଷର ପରେ ଏହା ବଢ଼ିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ୧୦୦ ବିଲିଅନ ଡଲାର ଟପିଛି। ଆଗାମୀ ଦିନରେ ଏହାକୁ ୨୦୦ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। 

ad-week
Leave A Reply

Your email address will not be published.