ଆନ୍ଧ୍ର ସରକାରଙ୍କ ଘୋଷଣା: ତୃତୀୟ ସନ୍ତାନ ପାଇଁ ୩୦ ହଜାର, ଚତୁର୍ଥ ସନ୍ତାନ ପାଇଁ ମିଳିବ ୪୦ ହଜାର !

add-all

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିବେ । ପୂର୍ବରୁ ଦ୍ୱିତୀୟ ସନ୍ତାନ ପାଇଁ ୨୫ ହଜାର ଟଙ୍କା ନଗଦ ପ୍ରଦାନ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ନରସନ୍ନପେଟାରେ “ସ୍ୱର୍ଣ୍ଣ ଆନ୍ଧ୍ର – ସ୍ୱଚ୍ଛ ଆନ୍ଧ୍ର” କାର୍ଯ୍ୟକ୍ରମ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପିଲାମାନଙ୍କୁ ବୋଝ ନୁହେଁ, ଦେଶ ସଂପତ୍ତି ବୋଲି ବିବେଚନା କରାଯାଉ । ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂତନ ଘୋଷଣା କରି କହିଛନ୍ତି ଯେ, ପରିବାରଗୁଡ଼ିକୁ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ୩୦ ହଜାର ଏବଂ ଚତୁର୍ଥ ସନ୍ତାନର ଜନ୍ମ ପାଇଁ ୪୦ ହଜାର ଟଙ୍କା ମିଳିବ।

ପୂର୍ବରୁ ମୁଁ ପରିବାର ନିୟୋଜନ ପାଇଁ ବିଭିନ୍ନ ଯୋଜନା ବିଷୟରେ କାମ କରୁଥିଲି, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି । ଏବେ ପିଲାମାନେ ଆମର ସମ୍ପତ୍ତି, ଏବଂ ଆମକୁ ସେମାନଙ୍କ ଭବିଷ୍ୟତ ପାଇଁ କାମ କରିବାକୁ ପଡିବ । ଏହି ଚିନ୍ତାଧାରା ସହିତ ମୁଁ ନୂଆ ନିଷ୍ପତ୍ତି ନେଇଛି ।

ad-week
Leave A Reply

Your email address will not be published.