ଚିକିତ୍ସାରେ ଅବହେଳାରୁ ଚାଲିଗଲା ନବଜାତର ଜୀବନ: ନ୍ୟାୟ ଦାବିରେ ପରିବାର ଲୋକଙ୍କ ଧାରଣା

add-all

ଭୁବନେଶ୍ୱର : ଏପଟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ଭୁଲ୍ ଚିକିତ୍ସା ସହ ଚିକିତ୍ସାରେ ଅବହେଳା କାରଣରୁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାକୁ ନେଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଶିଶୁର ପରିବାର ଲୋକେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଶିଶୁଟିର ଚିକିତ୍ସା ସମୟରେ ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଛି । ଶିଶୁ ମୃତ୍ୟୁ ବରଣ କରିବା ପରେ ଅନ୍ୟ ହସ୍ପିଟାଲ ନେବାକୁ କହିଥିଲା ସଂପୃକ୍ତ ଘରୋଇ ହସ୍ପିଟାଲ । ଭୁବନେଶର ଆଉ ଏକ ଘରୋଇ ହସ୍ପିଟାଲ ନେବା ପରେ ସେଠାକାର ଡାକ୍ତର କହଥିିଲେ କି ଛୁଆଟି ଦୁଇ ଘଣ୍ଟା ତଳୁ ମରିଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷ ହିଁ ଜାଣିଶୁଣି ନବଜାତକକୁ ମାରିଦେଇଥିବା କହିଛନ୍ତି ପରିବାର ଲୋକ । ଘଟଣା ପରେ ହସ୍ପିଟାଲ ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତିକୁ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ବୁଝାବୁଝି କରୁଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ad-week
Leave A Reply

Your email address will not be published.