ପୁଅର ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ବାପା

add-all

ଯାଜପୁର : ଯାଜପୁର ମଙ୍ଗଳପୁର ଥାନାରେ ଅଭାବନୀୟ ଘଟଣା ଘଟିଛି । କନିକାପଡା ପଞ୍ଚାୟତ ମାନସୀପାଟଣା ଗାଁରେ ଗୋଟିଏ ରାତିରେ ତିନି ତିନିଟି ମୃତ୍ୟୁ ଖବର ସାମ୍ନାକୁ ଆସିଛି । ପ୍ରଥମେ ବିଷ ପିଇଥିବା ଯୁବକଙ୍କୁ ମେଡିକାଲକୁ ଆଣିବାକୁ ଯାଇ ହୃଦଘାତରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ରସି ଲଗାଇ ଜୀବନ ହାରିଛନ୍ତି ବାପା ।

ମଙ୍ଗଳପୁର ବଜାର ରେ ଷ୍ଟୁଡିଓ ବ୍ୟବସାୟ କରୁଥିବା ଷ୍ଟିମର ପଣ୍ଡାଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ବିଷପାନ କରିଥିଲେ। ଚିକିତ୍ସା ସମୟରେ ସେ ଛାଟିପିଟି ହେଉଥିବା ବେଳେ ତାଙ୍କ ହାତ ଗୋଡ ଷ୍ଟିମରଙ୍କ ଛାତି ରେ ବାଜିଥିଲା। ଏଥିରେ ଷ୍ଟିମର ଗୁରୁତର ହୋଇ ଯାଇଥିଲେ। ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୁ ଖବର ପାଇ ଘରେ ବାପା ରସାନନ୍ଦ ପଣ୍ଡା ନିଜ ଘରେ ଜୀବନ ହାରିଛନ୍ତି । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ଲାଗି ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଛି। ଏପଟେ ବିଷ ପିଇଥିବା ଯୁବକଙ୍କ ମଧ୍ୟ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ମଙ୍ଗଳପୁର ପୋଲିସ ତଦନ୍ତ କରୁଛି।

ad-week
Leave A Reply

Your email address will not be published.