ବ୍ରହ୍ମପୁର ପୋଲିସ ର ଏନକାଉଣ୍ଟର ସଂଖ୍ୟା ୩ କୁ ବୃଦ୍ଧି :ଅଶାନ୍ତ ହେବାକୁ ବସିଲାଣି ବ୍ରହ୍ମପୁର, ପୋଲିସ କୁ ଭୟ ନାହିଁ ମାଫିଆଙ୍କ…!

ପୋଲିସ ଏନକାଉଣ୍ଟର ଶିକାର ହେଲା ଜଗା… ପାଞ୍ଚ ଘଣ୍ଟାରେ ହେଲା କାର୍ଯ୍ୟାନୁଷ୍ଠାନ..

ବିଚ ରାସ୍ତାରେ ଚାଲିଛି ଅପରାଧି ମାନଙ୍କ ଆତଙ୍କ ରାଜ……
ବ୍ରହ୍ମପୁର: ବ୍ରହ୍ମପୁର ସହର ବର୍ତ୍ତମାନ ଅଶାନ୍ତ ହେବାରେ ଲାଗିଛି। ଅପରାଧ ତତ୍ତ୍ୱ ମାନେ ସହର ରେ ନିଜର ଟାର୍ଗେଟ ଅନୁସାରେ ଯାହାକୁ ପାଇବେ ତାକୁ ଆକ୍ରମଣ କରୁଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପଟେ ପୋଲିସ ଏନ କାଉଣ୍ଟର କରି ବାଃ ବାଃ ନେଉଥିବା ବେଳେ ଏନ କାଉଣ୍ଟର କୁ ଭୟ ନାହିଁ ମାଫିଆ ମାନଙ୍କୁ। ବ୍ରହ୍ମପୁର ସହରରେ ଏକ ସପ୍ତାହ ମଧ୍ୟରେ ତିନୋଟି ଏନ କାଉଣ୍ଟର ହେଲାଣି ହେଲେବି ମାଫିଆ ଗୋଷ୍ଠି ସୁଧୁରୁ ନାହାନ୍ତି। ଗତ କାଲି ବଡବଜାର ଅମ୍ବିକା ନଗର ରେ ଜଣେ ମଙ୍ଗଳା ବେହେରା ନାମକ ବ୍ୟକ୍ତିଙ୍କୁ ଜଗା ବଳିଆ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାର ଭିଜୁଆଲ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା। ପୋଲିସ ଗୁଳିରେ ଜଗନ୍ନାଥ ଓରଫ ଜଗା ଆହତ ହୋଇଛି। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ କହିଛି ଜଗାକୁ ଧରିବାକୁ ଯିବା ବେଳେ ପୋଲିସ ଉପରକୁ ବୋମା ମାଡ଼ କରି ଖସିଯିବାକୁ ଉଦ୍ୟମ ବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା। ବ୍ରହ୍ମପୁର ପୋଲିସ କୁ ଅପରାଧ ତତ୍ତ୍ୱ ମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଇ ଚାଲିଛନ୍ତି। ପୋଲିସର ଗୁଳିକୁ ମାଫିଆ ମାନେ ଫୁ କରି ଅପରାଧ ଘଟାଉଛନ୍ତି।

ଅପରାଧୀଙ୍କୁ ସୁଧୁରିଯିବାକୁ ଚେତାବନୀ ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ତଥାପି ଆତଙ୍କ ଖେଳାଇଲେ ଅପରାଧୀ। ପୁଲିସ ପାଞ୍ଚ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି।ଗତକାଲିର ଘଟଣା ପରେ ପୁଲିସ ଅପରାଧୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ କରିଥିବା ସୂଚନା ମଧ୍ୟ ମିଳିଛି। ଆଜି ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଆଇଜି ଙ୍କୁ ଏକ ସ୍ମାରକ ପତ୍ର ଦେବ ବିଜେଡି l ଅଶାନ୍ତ ବ୍ରହ୍ମପୁର କେବେ ସୁଧୁରୁଛି ତାହା ସମୟ କହିବ। କିନ୍ତୁ ପୋଲିସ ର ଏହି ପଦକ୍ଷେପ କୁ ବ୍ରହ୍ମପୁର ର ବୁଦ୍ଧିଜୀବୀ ଓ ସାଧାରଣ ପ୍ରଶଂସା କରିଛନ୍ତି l
