ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ

add-all

ପାଟଣା : କେନ୍ଦୁଝର ଜିଲ୍ଲାରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟିଛି। ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ରାମଚନ୍ଦ୍ର ଦେହୁରୀଙ୍କ ଶ୍ରମଜୀବୀ ପୁଅ ବୁଦ୍ଧୁ ଦେହୁରୀ(୩୫) ପ୍ରାଣ ହରାଇଛନ୍ତି।

ସେ ଗତକାଲି କାମକୁ ଯାଇ ଅପରାହ୍ନ ସାଢେ ୩ ଟା ସମୟରେ ବରବେଡାରୁ ଘରକୁ ଫେରୁଥିଲେ। ବରବେଡା-ନୂଆଗାଁ ରାସ୍ତାର କାଜୁ ଜଙ୍ଗଲ ନିକଟରେ ତାଙ୍କ ମୁଣ୍ଡ ବୁଲେଇବାରୁ ସେ ରାସ୍ତା ତଳ ଖାଲକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ପାଟଣା ପୁଲିସକୁ ଖବର ଦେଇଥିଲେ। ପାଟଣା ଥାନା ଏଏସ ଆଇ ଗୌରହରି ଗରଡ଼ିଆ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ପାଟଣା ଥାନା ଅପମୃତ୍ୟୁ ମାମଲା ୨୫/୨୦୨୬ ମୂଳେ ପାଟଣା ଥାନା ଏଏସଆଇ ଧନେଶ୍ୱର ପାତ୍ରଙ୍କ ଉପସ୍ଥିତି ରେ ମୃତକର ଶବ ବ୍ୟବଚ୍ଛେଦ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକଙ୍କ ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.