
ସୋରୋ : ହକ ପାଇଁ ଚାଲିଲେ ୧୫ କିମି। ଜମି ବାଡ଼ି ପଟ୍ଟା ପାଇଁ ତହସିଲ ଅଫିସ ଅଭିମୁଖେ ହିତାଧିକାରୀ । ଏହେଉଛି, ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାଉଁଶ ଗଡ଼ିଆ ପଞ୍ଚାୟତ ବଗେଇପୁର ଗାଁର ଅଭାବନୀୟ ଦୃଶ୍ୟ । ଗାଁରେ ବହୁ ଦିନ ଧରି ବସବାସ କରୁଥିବା କିଛି ଲୋକଙ୍କ ଜମିବାଡ଼ି ପଟ୍ଟା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଗତ ବୁଧବାରରେ ବିଡିଓ, ତହସିଲଦାରଙ୍କ ଦ୍ବାରସ୍ଥ ହୋଇଥିଲେ । ସୁଫଳ ନମିଳିବାରୁ ନିଜର ହକ ମାଗିବାକୁ କାଖରେ କୁନିକୁନି ପିଲା,କାନ୍ଧରେ ଭାର, ହାତରେ ଘରୋଇ ସାମଗ୍ରୀ ଆଦି ନେଇ ୧୫ କିମି ଚାଲିଲେ ଗାଁଲୋକେ । ଦାବି ପୂରଣ ନହେଲେ ଧାରଣା ଦେବାର ଚେତାବନୀ ଦେଇଛନ୍ତି । ନିଜର ପିଲାଛୁଆ ଧରି ୧୫ କିମି ଧରି ରାସ୍ତାରେ ଚାଲି ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
