ମହିଳା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇ ଚାକିରିରୁ ବିଦା ହେଲେ ସରକାରୀ ବାବୁ

add-all

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଥମ ମହଲାରେ ଥିବା ମହିଳା ଶୌଚାଳୟ ଭିତରେ ସ୍ପାଏ କ୍ୟାମେରା ଲଗା ଯାଇଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଘଟଣାରେ ସଞ୍ଜୟ ଅଧେକା ନାମକ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଜିଲ୍ଲା ପ୍ରଶାସନ।


ଗତ ୩/୪ଦିନ ତଳେ ଜଣେ ମହିଳା କର୍ମଚାରୀ ଶୌଚାଳୟକୁ ଯାଇଥିବା ସମୟରେ ସେହି କ୍ୟାମେରାଟି ପଡ଼ିଥିବା ଦେଖିଥିଲେ। ଏସଂକ୍ରାନ୍ତରେ ସେ ଅଧିକାରୀଙ୍କୁ ଜଣାଇବା ପରେ ତିର୍ତ୍ତୋଲ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଏହାସହ ସାଇବର ଥାନା, ପୁଲିସ ସାଇନ୍ତିଫିକ ଟିମ୍ ଯାଇ ତଦନ୍ତ କରିଥିଲେ। କାର୍ଯ୍ୟାଳୟରେ ଲାଗିଥିବା ଅନ୍ୟ ସିସି ଟିଭିକୁ ପୁଲିସ ଯାଞ୍ଚ କରିବା ପରେ ଶନିବାର ସଞ୍ଜୟକୁ ଗିରଫ କରାଯାଇଛି।ଘଟଣା ଜଣା ପଡ଼ିବା ପରେ ଜିଲ୍ଲାପାଳ ଶନିବାର ସଂସ୍ଥାର କିରାଣୀ ସଞ୍ଜୟ ଆଧେକାଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବିତ କରିଛନ୍ତି।

ad-week
Leave A Reply

Your email address will not be published.