ଓଲଟିଲା ଟ୍ରାକ୍ଟର , ୬ ମୃତ, ୪୦ରୁ ଅଧିକ ଆହତ

add-all

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଟ୍ରାକ୍ଟର ଟ୍ରଲି ଓଲଟିବା କାରଣରୁ ଏହି ଅଘଟଣ ଘଟିଛି । ଟ୍ରାକ୍ଟରର ମୋଟ୍ ୫୦ ଜଣ ଲୋକ ଥିଲେ । ସମସ୍ତେ ପୂଜା କରିବା ପାଇଁ ଏକ ଗାଁକୁ ଯାଉଥିଲେ । ଏହି ସମୟରେ ଟ୍ରାକ୍ଟର ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରାକ୍ଟ ଟ୍ରଲି ଓଲଟିପଡିଥିଲା ।

ପୋଲିସ କହିବା ମୁତାବକ, ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲରରେ ଏକ ଟ୍ରାକ୍ଟ ଟ୍ରଲି ଓଲଟିବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ କରଣପଥାର ଥାନା ଅନ୍ତର୍ଗତ ବିଜୋରା ଗାଁ ନିକଟରେ ହୋଇଛି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ରଲି ଓଲଟି ପଡିଥିଲା । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪ ଜଣ ମେଡିକାଲରେ ପ୍ରାଣ ହରାଇଛନ୍ତି । ଆହତଙ୍କ ଚିକିତ୍ସା ମେଡିକାଲ କଲେଜରେ କରାଯାଉଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଶୋକ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକରୁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ad-week
Leave A Reply

Your email address will not be published.