କବିସୂର୍ଯ୍ୟନଗର ଥାନାରେ ୭ ଦିନ ପର୍ଯ୍ୟନ୍ତ ଥାର୍ଡ଼ ଡିଗ୍ରୀ ପରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ…..!
ଘଟଣା କୁ ରଫା ଦଫା ପାଇଁ ଉଦ୍ୟମ ଜାରି….!


ଗଣମାଧ୍ୟମକୁ ପୋଲିସ ର ଏତେ ଭୟ କାହିଁକି..? ମୃତକଙ୍କ ଭାଇ ସତ କହିଦେବେ ସେଥିପାଇଁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ ଫାଣ୍ଡିରେ ପୁଲିସ ଘେରାଇ ରଖିଛି….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ପୋଲିସ ବିଶୃଙ୍ଖଳିତ। ଶେଷେରେ ସବୁ ସୀମା ପାର ଥାନାରେ ଦିବ୍ୟାଙ୍ଗ ଯୁବକ କୁ ୭ ଦିନ ଧରି ଥାର୍ଡ଼ ଡିଗ୍ରୀ କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ପରେ ଆଖି ବୁଜିଲେ ସୁଶାନ୍ତ ସାହୁ। ପୋଲିସ ମାନୁଆଲର ସୀମା ପାର କରି ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ କୌଣସି ଦୋଷ ନଥାଇ ଏକ ସପ୍ତାହ ପର୍ଯ୍ୟନ୍ତ ଥାନାରେ ଅଟକ ରଖି ଅମାନୁଷିକ ଭାବେ ନିର୍ଯାତନା ଦେବା ପରେ ଘର ଲୋକଙ୍କୁ ଡ଼ାକି ଧମକ ଚମକ ଦେଇ ସୁକୁ ସୁକୁ ଅବସ୍ଥାରେ ପୋଲିସ ସୁଶାନ୍ତ ଙ୍କୁ କୁଆଡ଼େ କାଲି ଘରକୁ ପଠେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କୁ ପ୍ରଥମେ ଆସିକା ଡାକ୍ତର ଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ପଠା ଯାଇଥିଲା ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁଶାନ୍ତ। ଏହି ଘଟଣା ବାହାରେ ପ୍ରକାଶ ହେବା ପରେ ରାଜନୈତିକ କିଛି ନେତା ମାନେ ଘଟଣା କୁ ଚପେଇ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି। ଏଭଳି ବର୍ବରତା କରିଥିବା ପୋଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ କରିବା ପାଇଁ ସଚେତନ ମହଲ ରୁ ଦାବୀ ହେଉଛି। ପ୍ରକାଶ ଥାଉକି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁବୁଳିଆ ଗ୍ରାମରେ ୩୨ ବର୍ଷିଆ ଦିବ୍ୟାଙ୍ଗ ଯୁବକ କୁ ଥାନାରେ ଅଟକ ରଖି ନିର୍ଯ୍ୟାତନା ଦେବା ପରେ ପାରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଗତ ୨୫ ତାରିଖ ଦିନ କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ସୁବୁଳିଆ ଗ୍ରାମର ପାହାଡ଼ରୁ ଚୋରା ପଥର ଚାଲାଣ ବେଳେ ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଙ୍କୁ ଘରୁ ଉଠାଇ ଆଣି ଦୀର୍ଘ ୭ ଦିନ ଥାନାରେ ଅଟକ ରଖିବା ପରେ ଗତ କାଲି ତାଙ୍କୁ ଅଣ୍ଡରଟେକିଙ୍ଗ ଲିଖିତ ଭାବେ ପୋଲିସ ସୁଶାନ୍ତ ଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଗୁରୁତର ଭାବେ ଅସୁସ୍ଥ ସୁଶାନ୍ତଙ୍କୁ ଆସିକା ଡାକ୍ତର ଖାନରେ ଚିକିତ୍ସା ପରେ ବ୍ରହ୍ମପୁର ପଠା ଯାଇଥିଲା ତାଙ୍କର ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ନୂତନ ଏସ ପି ଘରେ ପସୁ ପସୁ ଝୁଣ୍ଟିଲେଣି ପୁଣି ଗଣମାଧ୍ୟମକୁ କାଳେ ମୃତକଙ୍କ ଭାଇ ସତ କହିଦେବେ ସେଥିପାଇଁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ ଫାଣ୍ଡିରେ ପୁଲିସ ଘେରାଇ ରଖିଛି। ପୋଲିସ ର ଏହି ମାତ୍ରାଧିକ କାର୍ଯ୍ୟନୁଷ୍ଠାନ କୁ ନେଇ ସାଧାରଣ ଜନତା ପୋଲିସ ପ୍ରତି ଆଙ୍ଗୁଠି ଉଠାଇବାକୁ ବାଧ୍ୟ ହେଲେଣି l ଦେଖା ଯାଉ ଏହି ଡବଲ ଇଞ୍ଜିନ ସରକାର କଣ ପଦକ୍ଷେପ ନେଉଛି.. I
