ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି

add-all

ଭୁବନେଶ୍ୱର : ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।  ଆଜି ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଆଜି ୧୮ ତମ ଅଭିଯୋଗ ଶୁଣାଣି ହୋଇଥିଲା ।  ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି ।  ଏହା ପୂର୍ବରୁ ୧୬ ହଜାର ୬୦୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।  ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଅର୍ଥାତ ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।  ସେହିପରି ସାରା ରାଜ୍ୟରେ ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା ।  ସେଥିରୁ ୨ ଲକ୍ଷ ୩୧ହଜାର ୨୪୦ ଟି ଅଭିଯୋଗର ସମାଧାନ ହୋଇଛି ।

ad-week
Leave A Reply

Your email address will not be published.