ଦିଲ୍ଲୀ ରେସ୍ତୋରାଁ ଅଗ୍ନିକାଣ୍ଡ ; ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଘଟିଥିବା ରେସ୍ତୋରାଁ ଅଗ୍ନିକାଣ୍ଡ ଅଘଟଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଅଧିକ ବିଦେଶୀ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବେସମେଣ୍ଟରେ ଚାଲୁଥିଲା ରେସ୍ତୋରାଁ। ତଳ ମହଲାରୁ ଉପର ମହଲାକୁ ନିଆଁ ଖୁବ୍ ଜୋରରେ ବ୍ୟାପି ଯାଇଥିଲା। ଏଥିରେ ଏଯାଏଁ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ad-week
Leave A Reply

Your email address will not be published.