ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଆରଆଇ

add-all

ସମ୍ବଲପୁର: ସାର୍ଟିଫିକେଟ ନାଁରେ ଲାଞ୍ଚ ମାଗୁଥିଲେ ସରକାରୀ ବାବୁ। ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ କରାଗଲା ନିଲମ୍ବନ। ସମ୍ୱଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣାରେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଛି। ତହସିଲରୁ ଆରଆଇ ଅଫିସ ଯାଏଁ ଟଙ୍କା ପାଇଁ ଚାଲିଥିଲା ସେଟିଙ୍ଗ।

ସାର୍ଟିଫିକେଟ ନାଁରେ ଟଙ୍କା ମାଗୁଥିଲେ ଅଧିକାରୀ ଓ କର୍ମଚାରୀ। ଜଣେ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କୁ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ମଗାଯାଇଥିଲା ଲାଞ୍ଚ। ୩ ହଜାର ଟଙ୍କା ଦେଲେ ଗୋଟିଏ ଦିନରେ ସାର୍ଟିଫିକେଟ ବାହାରିବ ବୋଲି କହିଥିଲେ ଏଆରଆଇ। ଏନେଇ କନକ ନ୍ୟୁଜ ଓ ସମ୍ବାଦରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ସମ୍ପୃକ୍ତ ଆରଆଇ ସୁବ୍ରତ ଗାଓଁ ଓ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ ସଦର ତହସିଲଦାର। ଏବେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି।

ad-week
Leave A Reply

Your email address will not be published.