କଟକ ଚଣ୍ଡୀ ମନ୍ଦିରରେ ଆର୍ଥିଂ ଥିଲେ ମଧ୍ୟ ଲାଇଟନିଂ ଆରେଷ୍ଟର ନଥିବା ସ୍ବୀକାର କଲେ ଜିଲ୍ଲାପାଳ

add-all

କଟକ ୯।୬: ମା’ କଟକ ଚଣ୍ଡୀଙ୍କ ମନ୍ଦିର ଦଧିନଉତି ଭାଙ୍ଗିବା ଘଟଣାରେ ଠିକା ନେଇଥିବା ସଂସ୍ଥା ବଜ୍ରପାତ ନିରୋଧକ ବ୍ୟବସ୍ଥା କରିନଥିବା ଜିଲ୍ଲାପାଳ ସ୍ବୀକାର କରିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ମନ୍ଦିରରେ ଲାଇଟନିଂ ଆରେଷ୍ଟର ବ୍ୟବସ୍ଥା ନଥିଲା। ଲାଇଟନିଂ ଆରେଷ୍ଟର ବା ବଜ୍ରପାତ ନିରୋଧକ ବ୍ୟବସ୍ଥା ଦଧିନଉତି ପ୍ରତିଷ୍ଠା ସହ ଲଗାଯିବା ଆବଶ୍ୟକ। ମାତ୍ର କୌଣସି ଶୁଭ ମୁହୁର୍ତ୍ତରେ ବଜ୍ରପାତ ନିରୋଧକ ଲଗାଯିବାକୁ ଠିକା ସଂସ୍ଥା ଚିନ୍ତା କରିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି। କାଳବୈଶାଖୀକୁ ଦୃଷ୍ଟିରେ ରଖି ଏବେ ବଜ୍ରପାତ ନିରୋଧକ ବ୍ୟବସ୍ଥା କରାଗଲା ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ଶିନ୍ଦେ କହିଛନ୍ତି ।

ବଡ ବଡ ମନ୍ଦିର କିମ୍ବା କୋଠାରେ ବଜ୍ରପାତ ପ୍ରଭାବ ଏଡାଇବା ପାଇଁ ଆର୍ଥିଂ ସହ ଲାଇଟନିଂ ଆରେଷ୍ଟର ବ୍ୟବସ୍ଥା ଜରୁରୀ ଥାଏ। କିନ୍ତୁ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ଆର୍ଥିଂ ଥିଲେ ମଧ୍ୟ ଲାଇଟନିଂ ଆରେଷ୍ଟର ବ୍ୟବସ୍ଥା ନଥିଲା । ଯାହା ଫଳରେ ୭ ତାରିଖ ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀରେ ବଜ୍ରପାତ କାରଣରୁ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ଦଧିନଉତି ଭାଙ୍ଗି ଯାଇଥିଲା।

ad-week
Leave A Reply

Your email address will not be published.