ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

add-all

କେନ୍ଦ୍ରାପଡ଼ା:ଗିରଫ ପରେ ଜେଲ୍‌ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି। ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଏସଡିଜେମ୍ କୋର୍ଟରେ ହାଜର ପରେ ଜେଲ୍ ଗଲେ ସରପଞ୍ଚ ଚାମେଲି। ବିଡିଓଙ୍କୁ ଦୁର୍ବ୍ୟବହାର ସହ ପୋଲିସକୁ ଆକ୍ରମଣ ନେଇ ୨ଟି ମାମଲା ରହିଛି ଚାମେଲିଙ୍କ ନାଁରେ। ଅଭିଯୋଗକୁ ଭିର୍ତ୍ତି କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ କିଛି ସମୟ ତଳେ ସେଠାରୁ ଚାମେଲିକୁ ଅଣାଯାଇଥିଲା।

ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ ଚାମେଲି। କିନ୍ତୁ ବିବାଦରେ ଫଶିଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କ ଚାମ୍ବରରେ ଚାମେଲି ଅଭିଯୋଗ କରିବା ସହ ଭିଡିଓ କରିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସ୍ପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘଟଣାରେ ଚିଠି ଲେଖି ଜଣାଇଛନ୍ତି।

ad-week
Leave A Reply

Your email address will not be published.