ପ୍ରେମ ପାଇଁ ଯୁବକଙ୍କୁ ଗୁଳି କରି ହତ୍ୟା

add-all

ନୟାଗଡ : ପ୍ରେମ ପାଇଁ ଗୁଳିକାଣ୍ଡ । ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ଗଣିଆ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା ।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ନୟାଗଡ SPଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲ୍ଲୀପ ମନ୍ତ୍ରୀଙ୍କୁ ଧରିବା ସହ ବନ୍ଧୁକ ଆଉ କାର ଜବତ କରିଛି ପୋଲିସ। ସୂଚନା ଅନୁସାରେ, ରବୀନ୍ଦ୍ର କୁମାର ନାୟକଙ୍କ ବଡଭାଇ ସୁଧାଂଶୁ ଶେଖର ନାୟକ ଖଣ୍ଡପଡା ସିଧାମଳା ଗାଁର ଦିଲ୍ଲୀପ ମନ୍ତ୍ରୀଙ୍କ ସ୍ତ୍ରୀକୁ ପ୍ରେମ କରି ପ୍ରାୟ ଏକ ବର୍ଷ ହେବ କୁଆଡେ ପଳାଇ ଯାଇଥିଲେ। ଏନେଇ ଦୁଇ ପରିବାର ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଉଥିଲା । ୨ ଗାଁର ଭଦ୍ର ବ୍ୟକ୍ତି ଆପୋସ ଆଲୋଚନାରେ ସମାଧାନ ହୋଇଥିଲା। କିନ୍ତୁ ଗତକାଲି ହଠାତ୍ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।

ad-week
Leave A Reply

Your email address will not be published.