ଯୁବତୀଙ୍କୁ ହତ୍ୟା କରି ପୋଡ଼ିଦେଲା ପ୍ରେମିକ, ଦୁଇ ଗିରଫ

add-all

ଯୋଡ଼ା : ବଡ଼ବିଲ ଝାଡଗାଁରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତିବା ଘଟଣାରେ ଦୁଇ ଗିରଫ। ମୁଖ୍ୟ ଅଭିଯୁକ୍ତ ସଂଗ୍ରାମର ୨ ସହଯୋଗୀଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଘଟଣାରେ ବ୍ୟବହୃତ ବାଇକ ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଝାଡଗାଁର ରାହୁଲ ନାଏକ ଓ କୃଷ୍ଣା ନାଏକ । ଉଭୟ ଯୁବତୀଙ୍କ ମୃତଦେହ ପୋତିବାରେ ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଆଲଦାକୁ ସହଯୋଗ କରିଥିଲେ। ହତ୍ୟାକାଣ୍ଡର ୨୬ ଦିନ ପରେ ରଇଡ଼ା ଜଙ୍ଗଲର ଏକ ଖାଲରୁ ଯୁବତୀଙ୍କ କଙ୍କାଳ ମିଳିଥିଲା। ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକ ସଂଗ୍ରାମ ଆଲଦାକୁ ଗିରଫ କରିଥିଲା ପୋଲିସ। ଘଟଣା ଦିନ ସଂଗ୍ରାମ, ରାହୁଲ ଓ କୃଷ୍ଣା ମିଶି ନିଶାସେବନ କରିଥିଲେ। ପରେ ସଂଗ୍ରାମ ଯୁବତୀଙ୍କୁ ଭେଟିବାକୁ ଯାଇଥିବା ବେଳେ ଅନ୍ୟ ଦୁଇଜଣ ଫୁଟବଲ ପଡ଼ିଆରେ ଅପେକ୍ଷା କରୁଥିଲେ। କିଛି ସମୟ ପରେ ସଂଗ୍ରାମ ଫେରି ଆସି ଯୁବତୀକୁ ହତ୍ୟା କରିଥିବା କଥା ସେମାନଙ୍କୁ ଜଣାଇଥିଲା। ପରେ ୩ଜଣ ମିଶି ମୃତଦେହକୁ ପତ୍ର ଦ୍ୱାରା ଢାଙ୍କି ଦେଇ ପଳାଇଥିଲେ। ପରବର୍ତ୍ତୀ ସମୟରେ ହତ୍ୟାରେ ବ୍ୟବହୃତ ଛୁରୀକୁ କମାରଯୋଡା ଅଞ୍ଚଳରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ। ଏହାସହ ରକ୍ତଲାଗିଥିବା ପୋଷାକକୁ ବଳିତା ଡ୍ୟାମରେ ପକାଇ ଦେଇଥିଲେ। ଯୋଜନା ଅନୁଯାୟୀ ରାତିରେ ସଂଗ୍ରାମ ମୃତଦେହକୁ ବାଇକରେ ନେଇ ସିଦ୍ଧମଠ ଜଙ୍ଗଲକୁ ଯାଇଥିବା ବେଳେ ରାହୁଲ ଓ କୃଷ୍ଣା ମଧ୍ୟ ଏକ ବାଇକରେ ଯାଇ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.