ରେଲଓ୍ବେ ଚାକିରି କରାଇ ଦେବା ନାଁରେ ଠକେଇ, ବାପ-ଝିଅ ଗିରଫ

add-all

ଭୁବେନଶ୍ବର: ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ । ଭୁବେନଶ୍ବର ୧ନମ୍ବର ହାଟରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ବାପା ବିଦ୍ୟାଧର ଦାସ ଓ ଝିଅ ସୁମତି ଦାସ । ସେମାନଙ୍କ ଘର ଭଦ୍ରକ ଆନନ୍ଦ ବଜାରରେ । ସେ ୧ନମ୍ବର ହାଟରେ ରହୁଥିଲେ । ସୁମତି ରେଲୱେରେ ଚାକିରି କରୁଥିବା କଥା ସମସ୍ତଙ୍କୁ କହିଥିଲେ ।  ଅନେକ ଲୋକଙ୍କୁ ଚାକିରି କରାଇଦେବେ କହି ୨୦ଲକ୍ଷ ଟଙ୍କା ଠକି ନେଇଥିଲେ ।  ପରେ ଧରାଛୁଆଁ ଦେଉନଥିଲେ। କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସେହିପରି ଗତକାଲି କଣ୍ଟାବାଞ୍ଜିରୁ ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ଏଥିପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ ।  ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଥିଲା ଏଭଳି ସଂଘାତିକ ଅଭିଯୋଗ ।

ad-week
Leave A Reply

Your email address will not be published.