
ଭୁବନେଶ୍ୱର : ପେଟ ରୋଗ ପାଇଁ ଜୀବନ ହାରିଲେ କି ଏମସ ଡାକ୍ତରାଣୀ ? ଏମସର ଜୁନିଅର ରେସିଡେଣ୍ଟ ଡାକ୍ତର ଦିବ୍ୟା ଭି. କିଛି ଦିନ ହେଲା ମାନସିକ ଅବସାଦରେ ଥିଲେ । ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିଲା । ପେଟ ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ଔଷଧ ମଧ୍ୟ ସେବନ କରୁଥିଲେ ବୋଲି କହିଛନ୍ତି ଭୁବନେଶ୍ବର ଏମସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ଡୁମଡୁମା ସ୍ଥିତ ଆପାର୍ଟମେଣ୍ଟରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ କର୍ଣ୍ଣାଟକର ଡାକ୍ତର ଦିବ୍ୟା . ଭି । ଆପାର୍ଟମେଣ୍ଟରୁ ଡାକ୍ତରାଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ କଣ ପାଇଁ ଡାକ୍ତରାଣୀ ଜୀବନ ହାରିଲେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରୁଛି ଖଣ୍ଡଗିରି ଥାନା ପୋଲିସ । ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ।
