ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ ଠାବ

add-all

ଜୟପୁର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ । ୭ଜଣ ଡିଏସ୍ ପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ASI ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏକାସାଙ୍ଗରେ ୭ଟି ସ୍ଥାନରେ ଖୋଳତାଡ଼ ଚାଲିଛି । ଜୟପୁରର ପରାବେଡ଼ା ଅଞ୍ଚଳରେ ଥିବା ତାଙ୍କ ଭଡ଼ା ଘର, ଖୋର୍ଦ୍ଧା ଜିଲ୍ଲା ଜଟଣୀର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ, କୋଟପାଡ଼ରେ ଥିବା ସରକାରୀ କ୍ୱାର୍ଟର, କାର୍ଯ୍ୟାଳୟ କକ୍ଷ ଏବଂ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ଦୁଇଟି ଫାର୍ମରେ ରେଡ୍ ଚାଲିଛି। ବର୍ତ୍ତମାନ ସୁଦ୍ଧା ନଗଦ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।

କୋଟପାଡ଼ ଏଡିଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଜବତ ହେଲା ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍! । ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ସତ୍ୟନାରାୟଣ ସେଠୀଙ୍କ ନାମରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏହି ସର୍ଚ୍ଚ ଅପରେସନ୍ ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଜଟଣୀରେ ବିଳାସପୂର୍ଣ୍ଣ ଫ୍ଲାଟ୍: ଖୋର୍ଦ୍ଧା ଜିଲ୍ଲା ଜଟଣୀର ମଢ଼ିପୁର ମୌଜାସ୍ଥିତ ହାଇଟେକ୍ ପ୍ଲାଜାର ୧୦୦୦ ବର୍ଗଫୁଟ୍ ବିଶିଷ୍ଟ ଏକ 2-BHK ଫ୍ଲାଟ୍ ଠାବ କରାଯାଇଛି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ୧୦.୦୩ ଏକର ଜମିରେ ବ୍ୟାପିଥିବା ଏକ ଫାର୍ମହାଉସ୍, ଯେଉଁଠାରେ ଆମ୍ବ ଓ ୟୁକାଲିପଟାସ୍ ବଗିଚା ରହିଛି । ସେହି ସମାନ ମୌଜାରେ ଆଉ ଏକ ୪.୩୫ ଏକର ଜମିରେ ବିସ୍ତୃତ ଫାର୍ମହାଉସ୍ ରହିଛି । କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଏବଂ ପଟ୍ଟାଙ୍ଗୀ ତହସିଲ ଅଧୀନରେ ଥିବା ୩୨ଟି ଦାମୀ ଜମିର ପଟ୍ଟା ମିଳିଛି । ଭିଜିଲାନ୍ସର ବୈଷୟିକ ଟିମ୍ ଦ୍ୱାରା ଏହି ସମସ୍ତ ଫ୍ଲାଟ୍, ଫାର୍ମହାଉସ୍ ଏବଂ ପ୍ଲଟ୍ ଗୁଡ଼ିକର ମାପଚୁପ ଏବଂ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି । ଚଢ଼ାଉ ସମୟରେ ୫,୪୮,୦୦୦ ଟଙ୍କା ନଗଦ ଏବଂ ୩୦୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ କରାଯାଇଥିବା ପୁଞ୍ଜିନିବେଶର ଯାଞ୍ଚ ଚାଲିଛି । ବର୍ତ୍ତମାନ ସୁଦ୍ଧା ସେର୍ଚ୍ଚ ଅପରେସନ୍ ଶେଷ ହୋଇନଥିବାରୁ ଆଗକୁ ଆହୁରି ଅଧିକ ସମ୍ପତ୍ତି ମିଳିବା ନେଇ ସୂଚନା ମିଳିଛି ।

ad-week
Leave A Reply

Your email address will not be published.