ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ : ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

add-all

ବାଣପୁର : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଈରୀ ନିକଟସ୍ଥ ପ୍ରସିଦ୍ଧ କାଙ୍କଣଶିଖରୀ ପାଇବ ନୂଆ ରୂପ। ପ୍ରାଚୀନ ଯୁଗରେ ପ୍ରଭୁ ଶ୍ରୀମନ୍ଦିର ଛାଡି ଏହି ସ୍ଥାନରେ ଲୁଚି ରହିଥିଲେ। ଫଳରେ ଏହାକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଦିନ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଏହାର ଚତୁଃପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସମ୍ପର୍କରେ CSR ସହଯୋଗୀ ସଂସ୍ଥାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏହି ପବିତ୍ର ଐତିହ୍ୟସମ୍ପନ୍ନ କ୍ଷେତ୍ରର ସାମଗ୍ରିକ ବିକାଶ ମାଧ୍ୟମରେ ଧାର୍ମିକ ପର୍ଯ୍ୟଟନର ପ୍ରସାର ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନତିକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚିଲିକା ବନ୍ୟପ୍ରାଣୀ ବିଭାଗର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ, ଚିଲିକା ବ୍ଲକ ବିଡିଓ ସୁଶ୍ରୀ ପୁନମ ମହାପାତ୍ର, CSR BOX ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୂମିକ ସାହା, କାଙ୍କଣ ଶିଖରୀ ଲୀଳାକ୍ଷେତ୍ର ଟ୍ରଷ୍ଟର ପ୍ରମୁଖ ଡ଼ା. ସୁଶାନ୍ତ କୁମାର ସାହୁଙ୍କ ସମେତ ବିଭାଗୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.