
ପୁରୀ : ଫାଦର୍ସ ଡେ’ରେ ବଡ଼ ଅଘଟଣ । ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । ଘର ଭିତରେ ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି । ମୃତ ଦମ୍ପତି ପୁରୀ ଜିଲ୍ଲା ତାଳବଣିଆ ଥାନା ସେନାପତି ବଗିଚାର ଅନାମ ମିଶ୍ର ଏବଂ ସଂଗୀତା ମିଶ୍ର । ଅନ୍ୟପଟେ ନିଶା ସେବନ କରିବା ସହ ବାପାମାଆଙ୍କ ଉପରେ ରାଗି ଯାଆନ୍ତି ବୋଲି ସ୍ୱିକାର କରିଛନ୍ତି ପୁଅ । କିନ୍ତୁ ଏଥିପାଇଁ ମୃତ୍ୟୁ ହୋଇଥିବା କଥାକୁ ସମ୍ପୂର୍ଣ୍ଣ ଅସ୍ୱିକାର କରିଛନ୍ତି ।
ଗତକାଲି ରାତିରେ ପୁଅ ଅନୁସଙ୍ଗୀତ ମିଶ୍ରଙ୍କୁ ଖାଇବାକୁ ଦେଇଥିଲେ ସଙ୍ଗୀତା । ପରେ ସୋଇବାକୁ ଯାଇଥିଲେ । ସକାଳେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଁ ପୁରୀ ସଦର ଥାନାକୁ ଖବର ଦେଇଥିଲେ ପୁଅ ଅନୁସଙ୍ଗୀତ । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇବା ପରେ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଇଛି ।
ଅନୁସଙ୍ଗୀତ ଜଣେ ବି-ଟେକ୍ ଛାତ୍ର । ୨୧ ଥର ଚାକିରି ବଦଳାଇଛନ୍ତି । ତାଙ୍କ ନିଶା ସେବନକୁ ନେଇ ସଦାବେଳେ ପରିବାର ମଧ୍ୟରେ ଅଶାନ୍ତି ଲାଗିରହୁଥିଲା । ବାପାଙ୍କ ମୋବାଇଲରୁ କକେଇଙ୍କ ପାଖକୁ ଥ୍ୟାଙ୍କ୍ ୟୁ ମେସେଜ୍ ପଠାଇଥିଲେ । ଘଟଣାକୁ ନେଇ ଛାନଭିନ୍ ଜାରି ରଖିବା ସହ ମୃତକଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରୁଛି ତାଳବଣିଆ ଥାନା ପୋଲିସ । ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
