ପିଲା ଚୋର ଭାବି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼

add-all

ସମ୍ବଲପୁର : ରାୟଗଡ଼ା କଲ୍ୟାଣସିଂହ ପୁର ହିଂସା ଘଟଣାର କିଛି ଘଣ୍ଟା ପରେ ସମ୍ବଲପୁରରେ ମଧ୍ୟ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି  l  ଗୁରୁତର ହୋଇ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଘୋଷାରି ଘୋଷାରି ନେଉଥିବା, ସହ ଲାତ, ଗୋଇଠା ମାରୁଥିବାର ଭିଜୁଆଲରେ ଦେଖାଯାଉଛି  l  ଏହା ସହ କିଛି ଯୁବକ ବ୍ୟକ୍ତିଙ୍କ ବ୍ୟାଗ କୁ ଖୋଲି ଯାଞ୍ଚ କରୁଥିବା ବେଳେ ତଳେ ଶୁଆଇ ମାଡ଼ ମାରୁଥିବାର ଏକ ଭିଜୁଆଲରେ ଦେଖିବାକୁ ମିଳିଛି  l

କିଛି ଉତ୍ୟକ୍ତ ଯୁବକ ବ୍ୟକ୍ତିଙ୍କ ଚାରିପଟେ ଘେରି ରହିଥିବାର ଦେଖିବାକୁ ମିଳିଛି  l  ତେବେ ଏହି ଘଟଣା ନେଇ କ୍ଷେତରାଜପୁର ପୋଲିସ ସୂଚନା ପାଇଁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ  l  ପଚରା ଉଚରା ପରେ ବ୍ୟକ୍ତିଙ୍କ ପରିଚୟ ମିଳିଛି ବୋଲି ପୋଲିସ ସୂଚନା ଦେଇଛି  l  ବ୍ୟକ୍ତି ଜଣକ କେରଳି ଭାଷାରେ କଥା ହେଉଛନ୍ତି   l

ସେ ହୁଏତ କେରଳର ହୋଇ ପାରନ୍ତି   l କାମ ଅନ୍ବେଷଣରେ ସେ ଏଠାକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି  l  ଯୁବକଙ୍କୁ ପିଲା ଚୋର ଭାବି ବଡ଼ବାଜାର ଧୂବାପଡ଼ା ଅଞ୍ଚଳର କିଛି ଲୋକ ତାଙ୍କୁ ଧରିପକେଇଥିଲେ  l   ତେବେ କଥା ହେଲା ବେଳକୁ ତାଙ୍କ ଭାଷା ନବୁଝିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ପରିସ୍ଥିତି ଉତ୍ପନ୍ନ ହୋଇଥିଲା  l  ତେବେ ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ  l

ad-week
Leave A Reply

Your email address will not be published.