ଖାରଜ ହେଲା ବିଜେଡିର ଅଯୋଗ୍ୟତା ଆବେଦନ, ରଦ୍ଦ ହେବନି ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ

add-all

ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ହେବ ନାହିଁ। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଦଳୀୟ ହୁଇପ ଅମାନ୍ୟ, ସର୍ବସାଧାରଣରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାୟର କରିଥିଲା ବିଜେଡି। ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଥିଲା ।

ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ, ଦଳର ନିଷ୍ପତ୍ତି ନ ମାନି କ୍ରସ ଭୋଟିଂ କରିଥିଲେ। ସେମାନେ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ। ଏମାନଙ୍କ ପୂର୍ବରୁ ବିଜେଡି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ସସପେଣ୍ଡ କରିଥିଲା। ଏହି ଦୁଇ ଜଣ ବି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତି ବିରୋଧରେ ଭୋଟ୍ ଦେଇଥିଲେ। ସମୁଦାୟ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିଲା।

ad-week
Leave A Reply

Your email address will not be published.