ବାସନ୍ଦ ପରିବାରକୁ ଗାଁ ସହ ଯୋଡ଼ିଲା ପୋଲିସ

add-all

ବ୍ରହ୍ମଗିରି: ସାମାଜିକ ବାସନ୍ଦ ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ସହ ମିଶାଇଲା ପୁରୀ ପୋଲିସ । ୧୦ ବର୍ଷ ହେଲା ବାସନ୍ଦ ଥିବା ଏକ ପରିବାରକୁ ଗାଁ ଲୋକଙ୍କ ସହ ମିଶାଇଛି ପୁରୀ ପୋଲିସ । ପୁରୀ ଜିଲାରେ ସାମାଜିକ ବାସନ୍ଦ ପରି କୁସଂସ୍କାର ଏକ ବ୍ୟାଧି ପାଲଟି ଯାଇଛି । ଜିଲ୍ଲାର ୭ଟି ଥାନା ଅଧୀନରେ ୧୦୦ ରୁ ଅଧିକ ଗାଁରେ ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି ଅନେକ ପରିବାର । ପୁରୀ ପୋଲିସ ପ୍ରଚେଷ୍ଟାରେ ଏହି କୁସଂସ୍କାରକୁ ଦୂରକରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରୁ ଏହି କୁପ୍ରଥକୁ ଉଠାଇଛି ପୋଲିସ ।

ଏହି ଗାଁର ବିଶ୍ୱରଂଜନ ନାୟକ ୧୦ ବର୍ଷ ହେଲାଣି ସାମାଜିକ ବାସନ୍ଦ ଥିଲେ। ଗ୍ରାମସଭା ନିଷ୍ପତ୍ତି ଅନୁଯାୟୀ ବିଶ୍ୱରଂଜନଙ୍କୁ ଏକ ଘରିଆ କରି ରଖାଯାଇଥିଲା । ସେ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ପୁରୀ ସଦର ଥାନା ଏସଡିପିଓ ଏବଂ କୃଷ୍ଣପ୍ରସାଦ ଥାନା ଆଇଆଇସିଙ୍କ ମିଳିତ ପ୍ରଚେଷ୍ଟାରେ ପୁଣି ଥରେ ସେ ଗାଁ ଲୋକଙ୍କ ସହ ମିଶିଛନ୍ତି । ଅନ୍ୟ ଗାଁ ଗୁଡ଼ିକରେ ଲୋକେ ଏହି କୁପ୍ରଥାରୁ ଦୂରେଇ ନରହିଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ସଦର SDPO ।

ad-week
Leave A Reply

Your email address will not be published.