ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୧୦ ଲକ୍ଷକୁ ବଢିଲା ସହାୟତା ରାଶି

add-all

ଭୁବନେଶ୍ୱର : ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢିଛି। ମୃତକ ସଦର ଥାନା କୋଡିପଶା ଗ୍ରାମର ସଜନୀ ଜୁଆଙ୍ଗ। ତିରିଭଲୁର ଜିଲାର ଏକ ସି ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକରୁ ଏହି ଅଘଟଣ ଘଟିଥିଲା। ଏମୋନିଆ ଗ୍ୟାସ୍ ଲିକ୍ ଯୋଗୁଁଁ ଓଡିଆ ଶ୍ରମିକ ମୃତାହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ମୃତଦେହ ଭୁବନେଶ୍ୱର ପହଞ୍ଚିବା ନେଇ ସୂଚନା ମିଳିଛି।


ଅନ୍ୟପଟେ ଏହି ଗ୍ୟାସ୍ ଟ୍ରାଜେଡି ଘଟଣାରେ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତ ଓଡିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସିଏମଆରଏଫରୁ ଘୋଷଣା ହୋଇଥିବା ୪ ଲକ୍ଷର ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କରାଗଲା।

ad-week
Leave A Reply

Your email address will not be published.