୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

add-all

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ବଲିଉଡ୍ କଣ୍ଠଶିଳ୍ପୀ ଅଲ୍‌କା ୟାଗନିକଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ସେହିପରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ। ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ଏବଂ କଳା ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।

ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗନିକ୍, ମମୁଟି, ଆର. ମାଧବନଙ୍କୁ ଭଳି କଳାକାରଙ୍କୁ ମଧ୍ୟ ମିଳିଛି ସମ୍ମାନ। କାର୍ଯ୍ୟକ୍ରମରେ ପହଞ୍ଚି ଅଲକା ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମ ଭୂଷଣ ସମ୍ମାନ ଗ୍ରହଣ କରିଥିଲେ । ଅଲକା ଗତ ୪ ଦଶକରୁ ସଙ୍ଗୀତ ଦୁନିଆଁରେ ନିଜର ଅସ୍ତିତ୍ବ ବଜାୟ ରଖିଆସିଛନ୍ତି । ତାଙ୍କ ଗାଇବାର ଅନ୍ଦାଜ ସମସ୍ତଙ୍କ ମନ ଛୁଏଁ । ଭାରତୀୟ ସଙ୍ଗୀତ ଜଗତର ଟପ୍ ସିଙ୍ଗର୍ସ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଅଲକା ଆଗନିକ୍ ।

ad-week
Leave A Reply

Your email address will not be published.