ଗଞ୍ଜାମ ଜିଲ୍ଲା ରେ ଯୋଗାଣ ବିଭାଗର ଚଢ଼ାଉ ନାଁ ରେ ଆତଙ୍କ ରାଜ….!

ବଟି ଆଦାୟ ର ନୁଆଁ ତାରିକା.. ମିଲର ମାନଙ୍କ ସହିତ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଡିଲ…!

Independence

ଆସିକା ଅଞ୍ଚଳ ରେ ମିଲେର ମାନଙ୍କ ମିଲ ଉପରେ ଯୋଗାଣ ବିଭାଗ ପକ୍ଷରୁ ଘନ ଘନ ଚଢ଼ାଉ କିନ୍ତୁ ଫଳ ଶୂନ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ମିଲ୍ ରେ ସୁରକ୍ଷିତ ନାହିଁ ସରକାରୀ ଧାନ। ହଜାର ହଜାର କୁଇଣ୍ଟାଲ ଧାନ ବିକ୍ରି କରିଦେଇଥିବା ଅଭିଯୋଗ ପରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଧର୍ମକୁ ଆଖି ଠାର ରେ ଚଢ଼ାଉ ଅଭିଯୋଗ। ଚଳିତ ମାସ ଆରମ୍ଭରୁ ଆସିକା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଥିବା ଧାନ ମିଲ୍ ଉପରେ ଘନ ଘନ ଚଢ଼ାଉ ହେଉଛି ସତ କିନ୍ତୁ ଫଳ ଶୂନ ରେ ସୀମିତ ରହିଯାଇଛି। ଜିଲ୍ଲାର କିଛି ନିର୍ଦ୍ଧିଷ୍ଟ ମିଲ ଉପରେ ଚଢ଼ାଉ ହୋଇଛି ତେଣୁ ସନ୍ଦେହ ଘନୀଭୂତ ହୋଇଛି ଯାହାକି ଉଦେଶ୍ୟ ମୂଳକ ରେ ଏହି ଚଢ଼ାଉ ବୋଲି ଅଭିଯୋଗ ଆସୁଛି l ବିଭାଗୀୟ ଅଧିକାରୀ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ମିଲେର ମାନେ ମୁହଁରେ ତୁଣ୍ଡି ବାନ୍ଧି ଦେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିଲେ ବି ବିଭାଗୀୟ ବାବୁ ମାନେ ମିଡ଼ିଆ ସମ୍ମୁଖରେ କିଛି କହିବାକୁ ନାରାଜ।ମୁଠା ମୁଠା ଟଙ୍କାର ଖେଳ ଆଗରେ ଚଢ଼ାଉ ଧର୍ମକୁ ଆଖିଠାର ସଦୃଶ୍ୟ ପାଲଟିଛି। ଏହି ବଡ଼ ଦୁର୍ନୀତି ପଛରେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି ତାହା ତଦନ୍ତ ସାଫେକ୍ଷ୍ୟ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହୋଉଛି l

ad-week
Leave A Reply

Your email address will not be published.