ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍ ବୈଠକ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର : ସମୁଦ୍ର ସୀମା ହେବ ଆହୁରି ସୁରକ୍ଷିତ! । ଉପକୂଳ ସୁରକ୍ଷା ପାଇଁ ମହାମନ୍ଥନ । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଜାତୀୟ ମେରିଟାଇମ ସିକ୍ୟୁରିଟି କୋରଡିନେଟର ଉପସ୍ଥିତ ଅଛନ୍ତି ।

ସେହିପରି ଉପକୂଳବର୍ତ୍ତୀ ରାଜ୍ୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପରେ କେନ୍ଦ୍ରର ବିଭିନ୍ନ ସଂସ୍ଥା ତଥା ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ , ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ, ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ । ଉପକୂଳ ସୁରକ୍ଷା, ଉପକୂଳ ସର୍ଭେଲାନ୍ସ ନେଟୱାର୍କକୁ ମଜବୁତ କରିବା, ଚୋରା ଚାଲାଣ ରୋକିବା, ନୂଆ ଆହ୍ଵାନ ଆଦି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା ହେବ ।

ad-week
Leave A Reply

Your email address will not be published.