ଘାଟି ତଳକୁ ଖସିଲା ବାଇକ୍, ୩ ମୃତ

add-all

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ। ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ ଘଟିଛି ଏହି ଦୁଃଖଦ ଅଘଟଣ । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଗୋରୁଡ଼ପାଣି ଘାଟିରେ ଦୁର୍ଘଟଣା । ଘାଟି ତଳକୁ ବାଇକ୍ ଖସି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋରୁଡ଼ପାଣି ଗାଁରୁ ଏକ ବାଇକରେ ୩ଜଣ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ମୃତକ ୩ଜଣ ଗୋରୁମହିଷାଣୀ ଥାନା ଦୁଧିଚୁଆ ଗ୍ରାମର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଏହି ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ବାଇକରେ ତିନିଜଣ ଯାତ୍ରା କରିବା ଏବଂ ପାହାଡ଼ିଆ ଘାଟି ରାସ୍ତାରେ ଅସାବଧାନତା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ସୃଷ୍ଟି କରିଛି ।

ad-week
Leave A Reply

Your email address will not be published.