ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ

add-all

ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ।  ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ।  ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର ।  ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ ।  ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା ।  ପରିବାର ଓ ଗାଁ ଲୋକେ କିନ୍ତୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଶିବଶଙ୍କରଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖଣ୍ଡଗିରି ଥାନା ପୋଲିସ ଏମ୍ସ ହସ୍ପିଟାଲରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରି ଥାନାକୁ ନେଇଛି । ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନାଧିକାରୀ ।

ad-week
Leave A Reply

Your email address will not be published.