ଯୁବତୀଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ

add-all

ରାଉରକେଲା : ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ।  ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ପ୍ରେମିକ ।  ରାଉରକେଲା ବିଶ୍ରା ଥାନା ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ନୃଶଂସ କାଣ୍ଡ ।  କିଞ୍ଜିରକେଲାର ରଜତ କିରୋ ଜାରାଟୋଲା ଗାଁର ଅଞ୍ଜୁଙ୍କୁ ଏକତରଫା ପ୍ରେମ କରୁଥିଲେ ।

ବିଭିନ୍ନ ସମୟରେ ଅଞ୍ଜୁଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିଲା ରଜତ ।  କିନ୍ତୁ ଅଞ୍ଜୁ ରଜତ ସହ କଥାବାର୍ତ୍ତା କରୁନଥିଲା ।  ଏଥିରେ ଉତକ୍ଷିପ୍ତ ହୋଇ ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଅଞ୍ଜୁଙ୍କ ଘର ନିକଟକୁ ଆସିଥିଲା ରଜତ ।  ଘରଲୋକ ଶୋଇଥିବା ଅବସ୍ଥାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା ରଜତ ।  ଏଥିରେ ସମ୍ପୂର୍ଣ୍ଣ ଘର ଜିଯାଇଥିବା ବେଳେ ଆହତ ଅଞ୍ଜୁଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଏନେଇ ବିଶ୍ରା ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି ପରିବାର ।  ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ଅଭିଯୁକ୍ତ ଫେରାର ରହିଥିବା ବେଳେ ଗିରଫ ପାଇଁ ପଦକ୍ଷେପ ଆରମ୍ଭ କରିଛି ପୋଲିସ ।

ad-week
Leave A Reply

Your email address will not be published.