ଟିଏମ୍‌ସି କାଉନସିଲର ଶାକିର ଅଲିଙ୍କୁ ଗିରଫ କଲା ଏନଆଇଏ

Independence

କଲକାତା: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲିଙ୍କୁ ଗିରଫ କରିଛି। ୨୦୨୩ ଶ୍ରୀରାମ ନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ଶାକିରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶାକିର ରିଶରା ନଗରପାଳିକାର ୱାର୍ଡ ନମ୍ବର ୪ର କାଉନସିଲର ଥିବାବେଳେ ତାଙ୍କ ପତ୍ନୀ ଅପରୂପା ପୋଦ୍ଦାର ହେଉଛନ୍ତି ଟିଏମସିର ପୂର୍ବତନ ସାଂସଦ। ରାମ ନବମୀ ଶୋଭାଯାତ୍ରା ହିଂସାରେ ସମ୍ପୃକ୍ତିକୁ ନେଇ ଶାକିରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ad-week
Leave A Reply

Your email address will not be published.