
ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ସ୍ଥିତି କିଛିଟା ଶାନ୍ତିପୂର୍ଣ୍ଣ ରହିଛି । କିନ୍ତୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାରି ବର୍ଷରୁ ଅଧିକ ସମୟ ଧରି ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ଜୁଲାଇ ୭ ରେ ହେବାକୁ ଥିବା ନାଟୋ ସମ୍ମିଳନୀର ଠିକ୍ ଗୋଟିଏ ଦିନ ପୂର୍ବରୁ, ରୁଷ ମଧ୍ୟରାତ୍ରିରେ ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି । ଆକ୍ରମଣରେ ୮ ଜଣ ଲୋକଙ୍କ ମୃତ୍ୟୁ ଲୋକଙ୍କ ଘଟିବା ସହିତ ୩୪ ଜଣ ଆହତ ହୋଛନ୍ତି ।
ଖବର ମୁତାବକ, ସୋମବାର ମଧ୍ୟରାତିରେ ରୁଷ ରାଜଧାନୀ କିଭକୁ ଟାର୍ଗେଟ କରି ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରିଥିଲା । ଆକ୍ରମଣ ପରେ, କିଭ୍ ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି ଯେ, ରାତି ଅଧରେ ବୋମା ମାଡ଼ରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଉଦ୍ଧାରକାରୀ ଟିମ୍ ଲୋକମାନଙ୍କୁ ସ୍ଥାନାନ୍ତର କରୁଛନ୍ତି । କିଭରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଆକ୍ରମଣରେ ପୋଡିଲସ୍କି ଜିଲ୍ଲାରେ ଏକ ଆବାସିକ କୋଠା ଆଂଶିକ ଭାବରେ ନଷ୍ଟ ହୋଇଯାଇଛି । ଡାର୍ନିତ୍ସିଆ ଜିଲ୍ଲାରେ ଅନେକ ବହୁତଳ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସୋମବାର ସକାଳ ପର୍ଯ୍ୟନ୍ତ ଆକ୍ରମଣ କରାଯାଇଥିଲା । ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ତଥା ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସହର ସାରା ବିସ୍ଫୋରଣ ହୋଇଥିଲା ।
ଆସନ୍ତାକାଲି ଜୁଲାଇ ୭ ମଙ୍ଗଳବାର ଠାରୁ ତୁର୍କୀର ଅଙ୍କାରାରେ ଆରମ୍ଭ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନର ଭୋଲୋଡିମିର ଜେଲେନ୍ସକି ଯୁଦ୍ଧ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।
