
ବଣାଇ : କେବଲାଙ୍ଗ ଥାନା ଜାମୁଡିହି ପଞ୍ଚାୟତ ଡିମ୍ବାଟୋଲା ଠାରେ ଆଜି ଭୋରରେ ଜଣେ ବୃଦ୍ଧ ଜୋଲ ଓରାମଙ୍କୁ ଘରୁ ଟାଣି ଆଣି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଗ୍ରାମ ରାସ୍ତା ରୋକ୍ କରିଛନ୍ତି । ଏହି ଅଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।ଖବର ପାଇ ବନ ବିଭାଗ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସେପଟେ ବାରମ୍ବାର ହାତୀ ଉପଦ୍ରବରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ, ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ସହାୟତା ଏବଂ ହାତୀ ଉପଦ୍ରବ ରୋକିବା ପାଇଁ ସ୍ଥାୟୀ ବ୍ୟବସ୍ଥା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ସୃଷ୍ଟି କରିବା ସହ ଉତ୍ତେଜନା ସୃଷ୍ଟି କରିଛି ।
