ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା

add-all

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍‌ଏସ୍‌ଟିଇଟି) ବୁଧବାର ଅନୁଷ୍ଠିତ ହେବ। ପ୍ରଥମ ପେପର୍‌ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ । ମୋଟ ୭୨,୨୮୦ ପରୀକ୍ଷାର୍ଥୀ ଏଥିନେଇ ପଞ୍ଜୀକରଣ କରିଥିବା ବେଳେ ୩୩୮ଟି ପରୀକ୍ଷାକେନ୍ଦ୍ର କରାଯାଇଛି।

ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର୍‌ ମଧ୍ୟ ରହିବ। ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ହେଡ୍‌ ଅଫିସ କଟକରେ କଣ୍ଟ୍ରୋଲ ରୁମ କରାଯାଇଛି।

ତେବେ କପି କରିବାକୁ ଚେଷ୍ଟା ନ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ସତର୍କ କରିଦିଆଯାଇଛି। ଯେଉଁମାନେ କରି ଧରା ପଡ଼ିବେ ସେମାନେ ସବୁଦିନ ପାଇଁ ଅଯୋଗ୍ୟ ହେବେ ବୋଲି ବୋର୍ଡ ସଭାପତି ରାମାଶିସ ହାଜରା ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଛି। ପରୀକ୍ଷାକେନ୍ଦ୍ରରେ କୌଣସି ଷ୍ଟାଫ୍‌ ଓ ସୁରକ୍ଷାକର୍ମଚାରୀ ମଧ୍ୟ ଫୋନ୍‌ ରଖିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.