
ଭୁବନେଶ୍ବର: ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ,ନିରାପତ୍ତା ପାଇଁ ଏହି ଘୋଷଣା କରାଯାଇଛି। ଏଥିସହ ଅନ୍ ମ୍ୟାନଡ ଏୟାରକ୍ରାଫ୍ଟ ସିଷ୍ଟମ ଓ ଡ୍ରୋନ ଉଡାଣ ପାଇଁ ପ୍ରତିବନ୍ଧକ ଲଗାଯାଇଛି । କଟକଣା ଜୁଲାଇ ୧୬ରୁ ୨୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ଵୀକୃତ ପ୍ରାପ୍ତ ସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ୨୦୨୩ ବିଏନଏସ ଓ ଏୟାରକ୍ରାଫ୍ଟ ଆକ୍ଟ ୧୯୮୩ ଅନୁଯାୟୀ କେହି ଏହି ନିୟମର ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପତିଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଉଛି । କେହି ଏହି ନିୟମ ଓ କଟକଣାର ଉଲ୍ଲଘଂନ କଲେ ୯୧୭୮୧୩୬୫୫୭ ନମ୍ୱରରେ ସୂଚନା ଦେବା ପାଇଁ କୁହାଯାଇଛି ।
