କରୋନା ଦୂର ପାଇଁ ଆୟୁର୍ବେଦ ବେଶ୍‌ ଉପଯୋଗୀ: ବିଶେଷଜ୍ଞ

add-all

ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂର ପାଇଁ ଆୟୁର୍ବେଦ ବେଶ୍‌ ଉପଯୋଗୀ। ଅମୃତାରିଷ୍ଠ, ଅଣୁତୈଳ ଓ ଦ୍ରାକ୍ଷାରିଷ୍ଟ ଆଦି ବ୍ୟବହାର କରିହେବ। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହା କହିଛନ୍ତି। କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବେଶ୍‌ ଉପଯୋଗୀ ଆୟୁର୍ବେଦ। କୋଭିଡ ଆକ୍ରାନ୍ତଙ୍କ ପାଇଁ କାଢ଼ା ପିଇବା ବେଶ୍‌ ଲାଭଦାୟକ।

ଆୟୁର୍ବେଦ ଔଷଧ ବ୍ୟବହାର କଲେ ଏହାର ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଆୟୁର୍ବେଦ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ଶିଶୁମାନଙ୍କ ଚିକିତ୍ସା ପାଇଁ ମଧ୍ୟ ଆୟୁର୍ବେଦର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତର କହିଛନ୍ତି।

କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ସଠିକ ଭାବେ ତିନି ପରସ୍ତ ବିଶିଷ୍ଟ ମାସ୍କ ପରିଧାନ କରନ୍ତୁ। ବାରମ୍ବାର ସାବୁନରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ।ପୁଷ୍ଟିକର ଓ ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ। ଅଧିକ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁପାଳନ କରନ୍ତୁ। କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ପୌଷ୍ଟିକ ଆହାର ଖାଇବା ସହ ଯଥେଷ୍ଟ ପାଣି ପିଅନ୍ତୁ। ଉପଯୁକ୍ତ ବିଶ୍ରାମ ନିଅନ୍ତୁ ଓ ଦୈନିକ ନିଜର ଅମ୍ଳଜାନ ସ୍ତର, ରକ୍ତଚାପ ଓ ତାପମାତ୍ରା ମାପନ୍ତୁ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ad-week
Leave A Reply

Your email address will not be published.