
ପୁରୀ: ଆଉ ୪ ଦିନ ପରେ ବିଶ୍ବପ୍ରସିଦ୍ଧ ପୁରୀ ଘୋଷଯାତ୍ରା । ଚୂଡ଼ାନ୍ତ ହୋଇଛି ସୁରକ୍ଷା ପ୍ରସ୍ତୁତି । ସୁରକ୍ଷା ପ୍ରସ୍ତୁତିର ଶେଷ ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇଖି ଖୁରାନିଆ । ରଥଯାତ୍ରା ସୁରକ୍ଷା ଦାୟିତ୍ବରେ ୧୩ ହଜାର ପୋଲିସ କର୍ମଚାରୀ ମୁତୟନ ରହିବେ। ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଦାୟିତ୍ୱ ରେ ଅଛନ୍ତି । କୋଷ୍ଟ ଗାର୍ଡ ଏବଂ ନେଭି ପକ୍ଷରୁ ସମୁଦ୍ର ତଟ ରକ୍ଷାରେ ନିୟୋଜିତ ରହିବେ । ସେହିପରି ରେଳ ସୁରକ୍ଷା ଲାଗି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ସେହିପରି ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ ପାଇଁ ସବୁ ବ୍ୟବସ୍ଥା ହୋଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ । ରଥଯାତ୍ରା ପାଇଁ ଜାନୁଆରୀ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଡିଜିପି । ଭକ୍ତ ଙ୍କୁ ଉତ୍ତମ ବ୍ୟବହାର ଓ ଭକ୍ତ ଙ୍କୁ ସେବା ଯୋଗାଇବା ଲାଗି ଆଜିର ବୈଠକ ରେ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ପୋଲିସ ଡିଜି । ବୈଠକରେ RAF, CRP, BSF, RPF, GRP ଅଧିକାରୀ ଉପସ୍ଥିତ ।
