ଦିନକ ପରେ କେନାଲରୁ ମିଳିଲା ନିଖୋଜ ନାବାଳକର ମୃତଦେହ

add-all

କାମାକ୍ଷାନଗର: ଘର ସାମ୍ନାରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ ରେଙ୍ଗାଳି କେନାଲରୁ ଉଦ୍ଧାର । ଗତକାଲି ଢେଙ୍କାନାଳ କାମାକ୍ଷାନଗର ମହାବିଦ୍ୟାଳୟ ସାମ୍ନାରେ ଥିବା ଏକ କଲୋନୀର ଘର ସାମ୍ନାରୁ ନାବାଳକ ଛାତ୍ର ନିଖୋଜ ହୋଇଯାଇଥିଲା । ଆଜି ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । କାମାକ୍ଷାନଗର ସହର ନିକଟରେ ଥିବା ଜିରିଡାମାଳି ରେଙ୍ଗାଳିକେନାଲରୁ ଭାସମାନ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନାବାଳକ ଜଣକ ଗତକାଲି ସକାଳୁ ଟିୟୁସନ ଯିବାପାଇଁ ଘର ସାମ୍ନାରେ ଛିଡା ହୋଇ ନିଜ ନିତ୍ୟକର୍ମ କରୁଥିଲେ ।

ପରେ ସେ ସେହିଠାରୁ ନିଖୋଜ ହୋଇ ଯାଇଥିଲେ । ଏନେଇ ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ୱେ ନାବାଳକ ଛାତ୍ର ଙ୍କ କୌଣସି ପତ୍ତା ପାଇପାରିନଥିଲେ । ଆଜି ନାବାଳକଙ୍କ ଭାସମାନ ମୃତଦେହ ଜିରିଡାମାଳି ନିକଟରେ ଥିବା ରେଙ୍ଗାଳିକେନାଲରେ ଦେଖିବାକୁ ମିଳିଥିଲା । କିଛି ସ୍ଥାନୀୟ ଲୋକ ଏହାକୁ ଦେଖି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କେନାଲରୁ ମୃତଦେହ ଉଦ୍ଧାର କରିଥିଲେ । ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି ।

ad-week
Leave A Reply

Your email address will not be published.