ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ

add-all

ଭୁବନେଶ୍ବର: ରାଜଧାନୀରେ ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ । ସଚିବାଳୟର ଇନକ୍ବାରି ଅଫିସର ପରିଚୟ ଦେଇ କରୁଥିଲା ଠକେଇ । ସୁଟ୍ ବୁଟ୍ ପିନ୍ଧି ସରକାରୀ କ୍ଷମତାର ଭୟ ଦେଖାଇ ପୁରୀ, କୋଣାର୍କ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରେଡ୍ କରୁଥିଲା । ଅଭିଯୁକ୍ତର ଠକେଇର ତରିକା ମଧ୍ୟ ବେଶ୍ ଚତୁର ଥିଲା । ଟ୍ରାଭେଲ୍ ଏଜେନ୍ସିରେ ନକଲି ପରିଚୟପତ୍ର ଜମା ଦେଇ ଦାମୀ କାର୍ ଭଡ଼ାରେ ନେଉଥିଲା। ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ବାକି ରଖି ୧୫ ଦିନ ଧରି ଫେରାର ଥିଲା । ଅଭିଯୁକ୍ତକୁ ଗିରଫ କରି ନୟାପଲ୍ଲୀ ଥାନା ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ କେବଳ ଟ୍ରାଭେଲ୍ ଏଜେନ୍ସିକୁ ଠକିଛି ନା ନକଲି ସରକାରୀ ଅଫିସର ପରିଚୟ ଦେଇ ଆଉ କେତେ ଲୋକଙ୍କଠାରୁ ଟଙ୍କା ଆଦାୟ କିମ୍ବା ବ୍ଲାକମେଲ୍ କରିଛି । ତା’ର ନେଟୱର୍କରେ ଆଉ କିଏ ସାମିଲ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.