ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ, ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ଆପ୍

add-all

ପୁରୀ : ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ । ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ନାମକ ଆପ ।  ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇ ଭକ୍ତଙ୍କୁ ଠକୁଛି ଏହି ଆପ ।  ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇ ପାରିବେ ।   ଏମିତି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶ୍ରୀମନ୍ଦିର ନାମକ ଆପରେ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଶ୍ରୀଗୁଣ୍ଡିଚାର ପ୍ରଥମ ଦିନରେ ୧୦୧ କିଲୋର ଖେଚୁଡ଼ି ବଣ୍ଟନ ହେବ ।  ଏହି ସେବାରେ ମାତ୍ର ୧୨୧ ଟଙ୍କା ଦେଇ ଆପଣ ସାମିଲ ହୋଇ ପାରିବେ ଏମିତି ଏକ ବିଜ୍ଞାପନ ଦେଇଛି ଉକ୍ତ ଶ୍ରୀମନ୍ଦିର ଆପ ।  ତେବେ ଏହା ଏକ ଫ୍ରଡ ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ପ୍ରାରମ୍ଭିକ ସୂଚନା ରହିଛି ।  ତେବେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଇଭଳି ଶହ ଶହ ବିଜ୍ଞାପନ ଭାଇରାଲ ହେଉଛି।

ad-week
Leave A Reply

Your email address will not be published.