ନିର୍ବାଚନ ପାଇଁ ମିଳିବ ୩ ଦିନର ସ୍ୱତନ୍ତ୍ର ଛୁଟି

add-all

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ୍ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଏହି ଛୁଟି ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବ। ଏ ନେଇ ସବୁ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତିରାଜ ସଚିବ।

ଚିଠିରେ ଉଲ୍ଲେଖ ହୋଇଛି ଯେ, ଯେଉଁମାନେ ପଞ୍ଚାୟତ ନିର୍ବାଚନ ଭୋଟ୍‌ ଦେବାକୁ ଆଗ୍ରହୀ ଥିବେ, ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଯାହା ପରେ ସରକାରୀ କର୍ମଚାରୀଙ୍କୁ ୩ ଦିନ ସ୍ପେଶାଲ କାଜୁଆଲ୍ ଲିଭ୍ ଦିଆଯିବ। ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ମିଳିବ। ଛୁଟିରେ ରହିଲେ ବି କର୍ମଚାରୀଙ୍କୁ ଦରମା ମିଳିବ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। କମିଶନ ନିର୍ଦ୍ଦେଶ ଦେଇଥିଲେ ଯେ ସରକାରୀ କର୍ମଚାରୀ ବ୍ୟତୀତ ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ଛୁଟି ମିଳିବ। ବୁଥ୍ ଠାରୁ କର୍ମସ୍ଥଳୀ ଦୂରରେ ଥିଲେ କର୍ମଚାରୀମାନଙ୍କୁ ୩ ଦିନର ସ୍ୱତନ୍ତ୍ର CL ଦିଆଯିବ। ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଥିବା ନ୍ୟାୟିକ କୋର୍ଟ ବନ୍ଦ ରହିବ। ଆଜି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏହାକୁ ମଞ୍ଜୁର କରିଛନ୍ତି।

ad-week
Leave A Reply

Your email address will not be published.