ମକା ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ, ଫୁଲବାଣୀରୁ ବିହାରକୁ ହେଉଥିଲା ଚାଲାଣ

add-all

ବଲାଙ୍ଗୀର: ଫୁଲବାଣୀରୁ ବିହାର ଗଞ୍ଜେଇ ଚାରାଚାଲାଣ ବେଳେ ମାଡି ବସିଲା ଅବକାରୀ ଟିମ୍ । ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଏକ ମକା ଭର୍ତ୍ତି ଟ୍ରକରୁ ୭ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ନବପ୍ରୀତ ସିଂ ଓ ବିହାରର ସଫନାମ୍ ସିଂ। ଭଉୟ ଏକ ୧୨ ଚକିଆ ମକା ବୋଝେଇ ଟ୍ରକରେ ଗଞ୍ଜେଇ ଭର୍ତ୍ତି କରି ବିହାର ଚାଲାଣ କରୁଥିଲେ । ଖବର ପାଇ ବଲାଙ୍ଗୀର ଅବକାରୀ ଟିମ୍ ସିନଖମନ ଜଙ୍ଗଲରେ ନାକାବନ୍ଦୀ କରିଥିଲେ । ଅବକାରୀ ଟିମ୍ ହାବୁଡ଼ରେ ପଡିବା ପରେ ଟ୍ରକ୍ ଛାଡି ଅଭିଯୁକ୍ତମାନେ ଫେରାର ମାରିବାକୁ ଉଦ୍ୟମ କରିଥିଲେ । ତେବେ ଅବକାରୀ ଟିମ୍ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଡ୍ରାଇଭର ନଭପ୍ରୀତ ସିଂ ପୋଲିସ ଆଗରେ ସ୍ୱୀକାର କରିଛି ଯେ, ଗାଡ଼ିରେ ଗଞ୍ଜେଇ ଥିବା କଥା ସେ ଜାଣିଥିଲା। ଏହି କାମ ପାଇଁ ତାକୁ ୩୦ ହଜାର ଟଙ୍କା ମିଳିବାର ପ୍ରତିଶୃତି ଦିଆଯାଇଥିଲା । ପଇସା ଲୋଭରେ ସେ ଏହି ବେଆଇନ କାର୍ଯ୍ୟରେ ସାମିଲ ହୋଇଥିଲା। ତେବେ ଏହି ଗଞ୍ଜେଇ କାହାକୁ ଦିଆଯାଇଥାନ୍ତା, ସେ ନେଇ ସେ ସ୍ପଷ୍ଟ ସୂଚନା ଦେଇନାହିଁ ।

ad-week
Leave A Reply

Your email address will not be published.