ରାଜ୍ୟରେ ପ୍ରତିଷ୍ଠା ହେବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର’ ଓ ‘AI ପାର୍କ’: ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି

add-all

ଭୁବନେଶ୍ଵର: ଓଡ଼ିଶାରେ ଟେକ୍ ବିପ୍ଳବ। ରାଜ୍ୟରେ HCL tech ପ୍ରତିଷ୍ଠା କରିବ ‘ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ‘AI Park’। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ ‘ସର୍ଭମ AI’ ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶ ହେବ। ସର୍ଭମ AI ଓ HCL tech ସହ ମିଶି AI ପାର୍କ ପ୍ରତିଷ୍ଠା କରିବ। ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାର MOU ସ୍ଵାକ୍ଷର କରିଛନ୍ତି। ଏହାଦ୍ଵାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

୫ ବର୍ଷରେ ନିବେଶ ହେବ ୧୫ ହଜାର କୋଟି ଟଙ୍କା। ସିଧାସଳଖ ନିଯୁକ୍ତି ପାଇବେ ୬,୦୦୦ରୁ ଉର୍ଦ୍ଧ୍ୱ ଯୁବକ-ଯୁବତୀ। ନୀତି ଆୟୋଗ ତାଲିକାରେ ଓଡ଼ିଶା ଟପ୍-୩ରେ ପହଞ୍ଚିବା ଓଡ଼ିଶାର ଲକ୍ଷ୍ୟ। ବିଶ୍ୱର ଯେକୌଣସି ଟେକ୍ନୋଲୋଜି ସହ ସମକକ୍ଷ ହେବ ଆମ ସ୍ୱଦେଶୀ AI ସର୍ଭମ। ଦିଲ୍ଲୀ ରୋଡ ସୋ ସମୟରେ HCL ପରିଦର୍ଶନ କରିବା ସମୟରେ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ। କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ବେଳେ ଏବେ ଓଡ଼ିଶାକୁ ବାଛିଛନ୍ତି। ବର୍ତ୍ତମାନ କେବଳ ଷ୍ଟିଲ ନୁହେଁ ୧୬ ଟି କ୍ଷେତ୍ର ଉପରେ ଫୋକସ କରାଯାଉଛି। ସେମିକଣ୍ଡକ୍ଟର ଆଇଟି ଫୋକସରେ ରହିଛି। ନୂଆ ଶିଳ୍ପ ନୀତି, ଲ୍ୟାଣ୍ଡ ବ୍ୟାଙ୍କ, ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ପାଇଁ ଓଡ଼ିଶାକୁ ସଫଳତା ମିଳିଛି।

ସୂଚନାଯୋଗ୍ୟ ଯେ, ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ AI Platform ଓ AI Application ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଓଡିଶାରେ ଏହି AI Park ଓ Data Centre ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ।

ad-week
Leave A Reply

Your email address will not be published.