
ଛତ୍ରପୁର : ଗଞ୍ଜାମରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କଲା ପୁରୁଷୋତ୍ତମପୁର ଥାନା ପୋଲିସ । କାଳିଆର ଆଣ୍ଠୁ ରେ ଗୁଳି ବାଜିଛି l ତାକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l କାଳିଆ ନାଁରେ ଏକାଧିକ ମାମଲା ଥିବା ବେଳେ ସେ ଫେରାର ଥିଲା । କୋଦଳା ସିଂହାସିନୀ ରାସ୍ତାରେ କାଳିଆ ଯାଉଥିବା ସମୟରେ ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା । ହେଲେ ପ୍ରଥମେ କାଳିଆ ପୋଲିସ ଉପରକୁ ଗୁଳି ଚଳାଇଥିଲା l ପୋଲିସର ପାଲଟା ଗୁଳିରେ କାଳିଆ ଆହତ ହୋଇଥିବା ଗଞ୍ଜାମ ଏସପି ହରିଶ ବିସି ସୂଚନା ଦେଇଛନ୍ତି l କାଳିଆ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଡକାୟତି ଭଳି ଅନେକ ସଙ୍ଗିନ ମାମଲା ରହିଥିଲା l ତାଠାରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି ।
